ନଳକୂପ ଅଚଳ, ଝରପାଣି ଭରସାରେ ମଦୁକାବାଡ଼ ଗ୍ରାମବାସୀ

ପାତ୍ରପୁର:ଦୀର୍ଘଦିନ ହେଲା ଗ୍ରାମର ନଳକୂପ ଅଚଳ ଥିବା ଯୋଗୁଁ ମାଦୁକାବାଡ଼ ଗ୍ରାମବାସୀଙ୍କ ପାଇଁ ଏବେ ଝର ପାଣି ଭରସା ପାଲଟିଛି। ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତରେ ମାଦୁକାବାଡ଼(ସାନଗାଁ)ଆଦିବାସୀ ଗ୍ରାମଟି ରହିଛି। ଗ୍ରାମରେ ୧୧ଟି ପରିବାର ବସବାସ କରନ୍ତି। ଏହି ଗ୍ରାମର ଲୋକଙ୍କ ପାନୀୟ ଜଳ ବ୍ୟବହାର ପାଇଁ ଗ୍ରାମର ଦୁଇ ସାହିରେ ଦୁଇଟି ନଳକୂଅ ସ୍ଥାପନ ହୋଇଥିଲା। ତେବେ ଆରମ୍ଭରୁ ଗୋଟିଏ ନଳକୂପରୁ ପାଣି ବାହାରୁ ନଥିବା ବେଳେ ଏବେ ଅନ୍ୟ ନଳକୂପଟି ଅଚଳ ହୋଇ ରହିଛି।

 

ଫଳରେ ଲୋକମାନେ ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂର ଏକ ନାଳରୁ ଝର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ରାତି ପାହିଲେ ଗ୍ରାମର ଲୋକମାନେ ଏହି ନାଳକୁ ସ୍ନାନ ଶୌଚ ପାଇଁ ଯିବା ସହ ପିଇବା ଓ ରୋଷେଇ ଲାଗି ପାଣି ଆଣୁଥିବା ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ପ୍ରଶାସନ ଗ୍ରାମର ଅଚଳ ନଳକୂପ ମରାମତି କରାଯିବାକୁ ମାଦୁକାବାଡ଼ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.