ମଧ୍ୟରାତ୍ରୀରେ ବାଘଲଟି ଛାଡିବ ପ୍ରଥମ ବନ୍ୟ।ପାଣି

ପାତ୍ରପୁର : ଚଳିତ ଲଘୁଚାପ ଜନିତ ବର୍ଷାଯୋଗୁଁ ବାଘଲଟି ଜଳଭଣ୍ଡାର ରେ ଜଳସ୍ତରବୃଦ୍ଧି ପାଇଛି। ଯାହାକୁ ଦେଖି କତ୍ତୃପକ୍ଷ ଆଜି ମଧ୍ୟ ରାତ୍ରିରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନଦୀକୁ ଛାଡିବା ପାଇଁ ସ୍ଥିର କରିଛନ୍ତି। ବାଘଲଟି ଠାରେ ଚଳିତ ବର୍ଷ ଆଜି ସକାଳ ସୁଦ୍ଧା ୧୫୬୧ ମିଲିମିଟର ବର୍ଷାହେବାର ରେକର୍ଡ କରାଯାଇଛି। ଚଳିତ ଲଘୁଚାପଜନିତ ବର୍ଷାଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ଜଳପତନ ୧୦୩.୯୫ ମିଲିମିଟରରେ ପହଁଚିଛି। ଏଣୁ ରାତ୍ରିରେ ଜଳ ପତନ ୧୦୪କୁ ପହଞ୍ଚିଲେ ନିର୍ଗମ ପଥଦେଇ ପ୍ରଥମ ବନ୍ୟାଜଳ ବାହୁଦା ନଦୀକୁ ଛଡ଼ା ଯିବବୋଲି ନିର୍ବ।ହି ଯନ୍ତ୍ରୀ ସଂଜୀବ କୁମାରଦାସ ଶର୍ମା ସୂଚନା ଦେଇଛନ୍ତି।ପୂର୍ବରୁ ବାଘଲଟି ଜଳଭଣ୍ଡାର ଜଳସ୍ତରବୃଦ୍ଧି ଘଟିଲେ ଯେକୌଣସି ମୁହୂର୍ତ୍ତରେ ନଦୀକୁ ପାଣି ଛାଡିବା ପାଇଁ ଅଂଚଳର ବିଭିନ୍ନ କାର୍ୟ୍ୟାଳୟ ଏବଂ ଜନ ପ୍ରତିନିଧିମାନଙ୍କୁ ଅବଗତି କରାଯାଇ ଥିଲା।ତେବେ ଜଳଭଣ୍ଡାର କୁ ପ୍ରବେଶ କରୁଥିବା ପରିମାଣର ଜଳ ନଦୀକୁ ଛାଡିବା ଯୋଗୁଁ ବନ୍ୟାପରିସ୍ଥିତି ଉପୁଜିବା ଆଶଙ୍କା ନଥିବା ଜଣାଯାଇଛି ।

Comments are closed.