ମାଦୁକାବାଡ଼ ଗ୍ରାମରେ ୧୦ରୁ ଅଧିକ ଲୋକଙ୍କୁ ଜ୍ବର, ପ୍ରତିକାର ପାଇଁ ଦାବି

ପାତ୍ରପୁର:ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତ ମାଦୁକାବାଡ(ସାନଗାଁ) ଆଦିବାସୀ ଗ୍ରାମରେ ଜ୍ବର ପ୍ରାଦୁଭାବ ଦେଖାଦେଇଛି। ଗ୍ରାମରେ ଦଶଦିନ ମଧରେ ଗ୍ରାମର ଦୁଇ ସାହିର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତହୋଇ ଥିବା ଜଣାଯାଇଛି। ଆକ୍ରାନ୍ତମାନେ ହେଲେ ମାଣିକ ଶବର ଆଠ ବର୍ଷ, କୁମର ଶବର ପାଞ୍ଚ ବର୍ଷ, ଶୁଭମ ଶବର ଦୁଇ ବର୍ଷ, ଡମ୍ବରୁ ଶବର ଆଠ ବର୍ଷ, ପୂର୍ଣ୍ଣ ଶବର ଅଠର ବର୍ଷ, ବିଭୀଷଣ ଶବର କୋଡ଼ିଏ ବର୍ଷ, ସୁମିତ୍ରା ଶବର ବାଇଶି ବର୍ଷ, କଇଁତା ଶବର, ଶ୍ରୀମତୀ ଶବର ସୁକୃ ଶବର ବୋଲି ଜଣା ପଡ଼ିଛି। ଜ୍ବର ଆକ୍ରାନ୍ତ ପରେ ଲୋକମାନେ ଚିକିତ୍ସା ପାଇଁ ସୁରଙ୍ଗୀ ଡାକ୍ତର ଖାନାକୁ ଯାଇ ଫେରିଥିବା ଜଣାଯାଇଛି ।

 

ତେବେ ଚିକିତ୍ସା ସତ୍ୟେ ଜ୍ବର ଛାଡିବାର ନା’ ଧରୁନାହିଁ। ଜ୍ବର ହେଲେ ହାତଗୋଡ ମୁଣ୍ଡ ବିନ୍ଧା ହେବ ସହ ରୋଗୀ ଶିତ ଅନୁଭବ କରୁଥିବା ଗ୍ରାମବାସୀ କହିଛନ୍ତି। ତେବେ କିଛି ଆକ୍ରାନ୍ତ ଲୋକଙ୍କ ରକ୍ତ ନମୂନାରେ ମେଲେରିଆ ଚିହ୍ନଟ ହୋଇଥିବା ଜଣେ ଗ୍ରାମବାସୀ କହିଛନ୍ତି। ଗ୍ରାମରେ ଥିବା ଦୁଇଟି ନଳକୂଅ ମଧ୍ୟରୁ ଗୋଟିଏ ଦୀର୍ଘଦିନ ହେଲା ଅଚଳ ରହିଥିବା ବେଳେ ଅନ୍ୟ ନଳକୂପରୁ ପାଣି ବାହାରୁ ନାହିଁ। ଜାହାରି ଫଳରେ ଲୋକମାନେ ଗ୍ରାମଠାରୁ ଅନତି ଦୂରରେ ଥିବା ନାଳ ପାଣି ବ୍ୟବହାର କରିବା ଫଳରେ ଜ୍ବରରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Comments are closed.