ଦୋଳରେ ବୁହାହୋଇ ଡାକ୍ତରଖାନା ଗଲେ ରୋଗୀ

ପାତ୍ରପୁର: ପାତ୍ରପୁର ବ୍ଳକରେ ବହୁ ଦୁର୍ଗମ ଗ୍ରାମ ରହିଛି। ସେଥି ମଧ୍ୟରୁ କେତେକଗ୍ରାମକୁ ଗତ କିଛିବର୍ଷ ମଧ୍ୟରେ ରାସ୍ତା ନିର୍ମାଣ ହୋଇଛି। ତେବେ ଗ୍ରାମକୁ ମାଟି ରାସ୍ତା ଥିବା ବେଳେ ଗତ ଲାଗାଁ ବର୍ଷରେ ରାସ୍ତା ଧୋଇ ହେବା ଯୋଗୁଁ ଆଜି ଜଣେ ରୋଗୀକୁ ଗ୍ରାମ ଠାରୁ ଅଢେ଼ଇ କିଲୋମିଟର ଦୋଳା (ସାଙ୍ଗୀଭାର) ଯୋଗେ ଗ୍ରାମରୁ ନେଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିବା ଜଣା ଯାଇଛି। ଏହି ବ୍ଳକ ଆଙ୍କୁଲି ପଞ୍ଚାୟତ ଗଡଙ୍ଗ ଗ୍ରାମର ଗଣେଶ ବିଷୋୟୀ (୪୦)ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଆଜି ସକାଳେ ଗ୍ରାମ ଠାରୁ ଅଢେଇ କିଲୋମିଟର ତିତିରି ସିଙ୍ଗି ବୋହି ନେଇ ସେହି ଠାରୁ ଆମ୍ବୁଲାନ୍ସ ଯୋଗେ କୋଡ଼ିଏ କିଲୋମିଟର ଘାଟି ରାସ୍ତା ପାର ହୋଇ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଛି।

ଗତ ଚାରି ଦିନ ହେଲା ସେ ଅସୁସ୍ଥତା ଅନୁଭବକରି ଥିଲେ। ତେବେ ଗତ ରାତ୍ର ତାଙ୍କର ପେଟ ବ୍ୟଥା ହେବାସହ ଅବସ୍ଥା ବିଗିଡ଼ି ଥିଲା। ଏହା ଦେଖି ପରିବାର ଡାକ୍ତରଖାନାକୁ ନେଇଥିଲେ। ଗଡଙ୍ଗ ଗ୍ରାମକୁ ରାସ୍ତା ନଥିବା ବେଳେ ଲୋକଙ୍କ ଯାତାୟତ ଅସୁବିଧା ହେଉଥିବା ନେଇ ‘ସମାଜ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ପ୍ରଶାସନ ଗ୍ରାମ ଠାରୁ ବୁର।ତାଲ ପଞ୍ଚାୟତ ବ।ଦୁଆ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କରିଥିଲେ।ଏହା ପରେ ଗତ ବର୍ଷ ପୁଣି ଗ୍ରାମ ଠାରୁ ନିଜ ପଞ୍ଚାୟତ ଧାନବାଡ ପର୍ଯ୍ୟନ୍ତରାସ୍ତା ନିର୍ମାଣ କରିଥିଲେ। ତେବେ ଗତ ବର୍ଷାରେ ରାସ୍ତାର ମାଟି ବହୁ ସ୍ଥାନରେ ଧୋଇ ହେବା ଯୋଗୁଁ ଯାତାୟତ ଅସୁବିଧା ହେଉଛି। କେବଳ ଧାନବାଡ଼କୁ ପକ୍କା ରାସ୍ତା ରହି ଥିବା ବେଳେ ଗ୍ରାମ ଠାରୁ ଅଧିକା ଦୂରତା ଯୋଗୁଁ ତିତିରି ସିଙ୍ଗି ବୋହି ନେଇ ଥିବା ଜଣା ଯାଇଛି।ପ୍ରଶାସନ ଏହି ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ କଲେ ଲୋକଙ୍କ ପଥ କଷ୍ଟ ଦୂର ହୋଇ ପାରିବ।

Comments are closed.