ମହେନ୍ଦ୍ର ତନୟା ହୋମଗଣ୍ଡରେ ଆନ୍ଧ୍ର ପର୍ଯ୍ୟଟକଙ୍କ ଭିଡ଼

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ପ୍ରଭାହିତ ମହେନ୍ଦ୍ର ତନୟ। ନଦୀ ପାର୍ବତ୍ୟ ଶଯ୍ୟାର ହୋମଗଣ୍ଡ ଆନ୍ଧ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ଦେଖିବାକୁ ମିଳୁଛି। ପାତ୍ରପୁର ବ୍ଲକର ବିଛିର୍ଣ୍ଣା ଅଂଚଳ ଭାବେ ପରିଚିତ ।ବାତର।ସାହି ଆଦିବାସୀ ଗ୍ରାମ ନିକଟ ହୋମଗଣ୍ଡର ନଦୀ ଶଯ୍ୟାରେ ଏବେ କିଛିଦିନ ହେଲା ଅ।ନ୍ଧ୍ରରୁ ବହୁ ପର୍ଯ୍ୟଟକ ନିୟମିତ ଭିଡ଼ ଜମାଉ ଥିବା ଜଣାଯାଇଛି। ପୁରାଣ ବର୍ଣ୍ଣିତ ମହେନ୍ଦ୍ର ପାହାଡ଼ରୁ ବାହାରି ଥିବା ଏହି ନଦୀରେ ଗତ ତିତିଲି ବାତ୍ୟା ପରେ ମାତ୍ରାଧିକ ପର୍ବତ ପାଣି ପ୍ରବାହିତ ହୋଇଥିଲା। ଯାହା ଫଳରେ ବତର। ସ।ହି ହୋମଗଣ୍ଡ ନିକଟ ପାର୍ବତ୍ୟ ଶଯ୍ୟାରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ନଦୀ ପଥରେ ବଡ଼ ବଡ଼ ପଥର ଖଣ୍ଡମାନ ବାହାରି ଦୃଷ୍ଟି ଗୋଚର ହୋଇ ଥିଲା। ଏବେ ଏହି ପଥରେ ନଦୀ ପାଣି ପଥର ଉପର ଦେଇ ପ୍ରବାହିତ ହେବା ସହ ଶୋଭା ବଢାଇଛି। କେତେକ ସ୍ଥାନରେ ବୃହତକାୟ ପଥର ଉପର ଦେଇ ପାଣି ତଳକୁ ଛିଟିକିପଡିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ଗତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ରର ବହୁ ପର୍ଯଟକ ଏହି ସ୍ଥାନରେ ପହଞ୍ଚି ଗାଧୋଇବା ସହ ବଣ ଭୋଜି କରି ଶୀତଦିନରେ ଫେରିଥିଲେ। ତେବେ ଚଳିତ ବର୍ଷ କେରୋନା କଟକଣା ବେଳେ ଘରେ ଅଟକି ଥିବା ଲୋକମାନେ ଗତ କିଛିଦିନ ହେଲା ଏହି ସ୍ଥାନକୁ ଆସି ସମୟ ବିତାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଥାଆନ୍ତି। ଏବେ ଦିନକୁ ଦିନ ଏହି ଠାରେ ପର୍ଯଟକଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଏହି ସ୍ଥାନଟିର ତିନି ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଛି। ଜାତୀୟ ରାଜପଥଠାରୁ ଏହି ସୁନ୍ଦର ସ୍ଥାନର ଦୂରତ୍ୱ ମାତ୍ର କୋଡ଼ିଏ କିଲୋମିଟର ।ଏହାର ଆଖପାଖରେ ପାତ୍ରପୁର ବ୍ଲକର ତୁମ୍ବା ଏବଂ ବୁରାତ।ଲ ପଞ୍ଚାୟତର କିଛି ଆଦିବାସୀ ଗ୍ରାମର ଲୋକମାନେ ବସବାସ କରୁଛନ୍ତି। ଏହି ହୋମକୁଣ୍ଡଠାରୁ ପ୍ରାୟ ଚାରି କିଲୋମିଟର ତଳ ଅଂଶରେ ଆନ୍ଧ୍ରପ୍ରଦେଶର କଳିଙ୍ଗ ଦଳା ଜଳସେଚନ ପ୍ରକଳ୍ପ ରହିଛି । ଯାହା ପର୍ଯ୍ୟଟକମାନଙ୍କୁ ଟାଣି ଆଣିବାର ପ୍ରୟାସ କରିଛି। ଏବେ ସୀମାନ୍ତ ଆନ୍ଧ୍ରର ମଞ୍ଜୁସ।, ଟେକିଲି, ଷୋମପେଣ୍ଠ, ବାରୁଆ, ପ୍ରଭୁତି ଅଂଚଳର ପର୍ଯ୍ୟଟକମାନେ ପିଲାଛୁଆ ଧରି ଏହି ସ୍ଥାନକୁ ଆସୁଛନ୍ତି। ଏହି ସ୍ଥାନକୁ ଯିବାକୁ ହେଲେ ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ଜାତୀୟ ରାଜପଥରୁ ମଞ୍ଜୁସ। ଦେଇ କୁରୁଡାଲ ଦେଇ ମହେନ୍ଦ୍ର ତନୟ। ଜଳ ଭଣ୍ଡାର ତଳ ଅଂଶ ଦେଇ ଯିବାକୁ ହୋଇ ଥାଏ। ପାତ୍ରପୁରରୁ ଏହି ସ୍ଥାନକୁ ଯିବାକୁ ହେଲେ କୋଡିଏ କିଲୋମିଟର ତୁମ୍ବା ଯାଇ ସେହିଠାରୁ ଗୌଡୁଣି ଆଶ୍ରମ ସ୍କୁଲ ପଥରେ ମହେନ୍ଦ୍ର ତନୟ।ନଦୀ ପାର କରି ଆନ୍ଧ୍ର ପଥରେ ପଙ୍କ।ଳ, ତଳଗୁର।ଣ୍ଠି ଦେଇ କୁରୁଡାଲ ପହଞ୍ଚିବା ପରେ ମହେନ୍ଦ୍ର ତନୟ। ପ୍ରକଳ୍ପ ତଳ ଅଂଶ ଦେଇ ବତାର। ସ।ହି ଯିବାକୁ ହୋଇଥାଏ। ପ।ତ୍ରପୁରଠାରୁ ଏହି ସ୍ତାନର ଦୂରତ୍ୱ ପ୍ରାୟ ପଚାଶ କିଲୋମିଟର ଦୂର ଅଟେ। ତେବେ ଦୁଇଟି ସ୍ତାନରେ ନଦୀ ପାର କରି ଲୋକମାନେ ଏହି ସବୁ ଅଂଚଳରୁ ବିଭିନ୍ନ କାର୍ଯ୍ୟ ପାଇଁ ଆନ୍ଧ୍ର ପଥ ଦେଇ ବ୍ଲକ, ତହସିଲ, ଡାକ୍ତରଖାନାକୁ ଆସି ଥାଆନ୍ତି। ରାସ୍ତାର ନଦୀରେ ପୋଲ ନ ଥିବା ଯୋଗୁଁ ଏହି ଅଂଚଳରେ ଥିବା ପାତ୍ରପୁର ବ୍ଲକର ଅଠର ଗୋଟି ଆଦିବାସୀ ଗ୍ରାମର ଲୋକମାନେ ବର୍ଷା ଦିନରେ ଜଳବନ୍ଦୀ ଜୀବନ କାଟୁଛନ୍ତି।

Comments are closed.