ଅଗ୍ନିକାଣ୍ଡ ଦୁର୍ଘଟଣା ରୋକିବାକୁ କୋଭିଡ ସେଣ୍ଟରରେ ମକ୍‌ ଡ୍ରିଲ ଅନୁଷ୍ଠିତ

ପାତ୍ରପୁର: ଅନ୍ୟ ରାଜ୍ୟର କୋଭିଡ ଡାକ୍ତର ଖାନାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ଦେଖି ପାତ୍ରପୁର ଅଗ୍ନିଶମ ବିଭାଗ ତରଫରୁ କୋଭିଡ ସେଣ୍ଟରରେ ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଥିଲା। ପାତ୍ରପୁର ବ୍ଳକ ବାଦପୁର ଆଦର୍ଶ ବିଦ୍ୟାଳୟଠାରେ ଖୋଲା ଯାଇଥିବା କୋଭିଡ ସେଣ୍ଟର ରେ ଆଜି କେନ୍ଦ୍ରରେ ଥିବା ଡାକ୍ତର କର୍ମଚାରୀ ଏବଂ ସିକୁରିଟି କର୍ମଚାରୀ ଙ୍କୁ ଅଗ୍ନିକାଣ୍ଡ ବେଳେ କିଭଳି ନିରାପତ୍ତା ଗ୍ରହଣ କରାଯାଇ ପାରିବ ସେହି ସମ୍ପର୍କରେ ତାଲିମ ଦିଆଯାଇ ଥିଲା। ପାତ୍ରପୁର ଅଗ୍ନିଶମ ବିଭଗ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଜେନା ହାବିଲଦାର ସନ୍ତୋଷ କୁମାର ମହାପାତ୍ର।ଏବଂ ବିଭାଗ କର୍ମଚାରୀ ମାନେ ତାଲିମ ଦେଇ ଥିଲେ। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା.ସମ୍ବିତ କୁମାର ବେଗରାୟ କେନ୍ଦ୍ର ଅଧିକାରୀ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.