ପାଟଣାଗଡରୁ ୮ କେଜି ଗଞ୍ଜଇ ଜବତ

ପାଟଣାଗଡ : ପାଟଣାଗଡ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ଅବାଧରେ ଚାଲିଛି। ନୂଆ କରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ଓଆଇସି ଅନନ୍ତ ପ୍ରଧାନ ଯୋଗଦେବା ପରେ ନିଶା ବେପାରୀଙ୍କ ଉପରେ ଲଗାମ ଲଗାଉଛନ୍ତି।
ସୂଚନାଯୋଗ୍ୟ , ମଙ୍ଗଳବାର ସକାଳ ୧୧ଟାରେ ପାଟଣାଗଡ-ବଲାଙ୍ଗିର ମୁଖ୍ୟ ରାସ୍ତାର ଭଇଁଷା ଓ ସରମୁହାଣ ମଝିରେ ପାଟଣାଗଡ ବ୍ଲକ ନେହେନାବନ୍ଦର ପାଣ୍ଡବ ବାଗ ଓ କେରବେଡାର ଗୋବିନ୍ଦ କୁମ୍ଭାର ନାମକ ୨ଜଣ ବ୍ୟକ୍ତି ଏକ ବାଇକରେ ଗଞ୍ଜେଇ ଆଣୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରାଯାଇ ୮କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥିସହିତ ଗାଡି ଜବତ କରି ଥାନାରେ ଅଟକ ରଖିଛନ୍ତି। ପୁଲିସ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.