ପିକଅପ୍-ବାଇକ ମୁହାଁମୁହିଁ: ୩ ଆହତ, ଜଣେ ଗୁରୁତର

ପାଟଣା : ଢେଙ୍କିକୋଟ ଲ୍ୟାମ୍ପ୍ସ ନିକଟ ପାଟଣା ରାସ୍ତାରେ ଆଜି ଅପରାହ୍ନରେ ଏକ ପିକଅପ୍ ସହ ବାଇକ୍ ମୁହାଁମୁହିଁ ହେବାରୁ ବାଇକ୍ ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ପାଟଣା ବ୍ଲକ ମୂଷାଖୋରୀ ଗ୍ରାମର ଧ୍ୟାନ ନାଏକ (୪୦) ବୋଲି ଜଣାପଡିଥିବାବେଳେ ପିକଅପ୍‌ଟି ମଧ୍ୟ ମୂଷାଖୋରୀ ପଂଚାୟତ ମଲ୍ଲିପଶି ଗ୍ରାମର ବୋଲି ଜଣାପଡିଛି । ଗୁରୁତର ଧ୍ୟାନ ନାଏକଙ୍କୁ ପ୍ରଥମେ ଢେଙ୍କିକୋଟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ସହ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ରେଫର କରାଯାଇଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣାର ତଦନ୍ତ କରିବା ସହ ପିକଅପ୍‌ଟିକୁ ଅଟକ ରଖିଛନ୍ତି । ତେବେ ବାଇକ୍‌ରେ ଥିବା ଅନ୍ୟ ଦୁଇ ଜଣ ସେହି ଗ୍ରାମର ରମେଶ ଚନ୍ଦ୍ର ଦାସ (୪୫) ଓ ସୁଇଟି ନାଏକ (୮) ସାମାନ୍ୟ ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କିକୋଟ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଛି।

Comments are closed.