ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀବାହୀ ଯାନ ଯାଞ୍ଚ , ପଶ୍ଚିମବଙ୍ଗର ବସ୍କୁ ଜୋରିମାନା

ପାଟଣା : କେନ୍ଦୁଝର ପରିବହନ ବିଭାଗ ଓ ତୁରୁମୁଙ୍ଗା ପୁଲିସ ପକ୍ଷରୁ  ତୁରୁମୁଙ୍ଗା ଠାରେ ବାହାର ରାଜ୍ୟରୁ ଆସୁଥିବା ଯାନବାହାନ ଯାଞ୍ଚ ସମୟରେ ଆଜି ପଶ୍ଚିମବଙ୍ଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍କୁ ପରିବହନ ବିଭାଗ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ବିନା ଆନ୍ତରାଜ୍ୟ ଅନୁମତି ପତ୍ରରେ ମୋନାଲିସା ନାମକ ଏହି ଘରୋଇ ବସଟି କୋଲାଘାଟରୁ ସମ୍ବଲପୁର ଲୋକ ଆଣିବାକୁ ଯାଉଥିବାରୁ ବସଟିକୁ ଜୋରିମାନା କରାଯାଇଛି। ତେବେ ଜୋରିମାନା ଅନାଦେୟ  ତୁରୁମୁଙ୍ଗା ଥାନାରେ ବସଟି ଅଟକି ରହିଛି। ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତା ପ୍ରବାସୀଙ୍କ ଉପରେ ନଜର ରଖାଯାଇଛି। ଏଠାରେ ଏକାଧିକ ଗାଡ଼ିକୁ ଜୋରିମାନା କରା ଗଲାଣି।

Comments are closed.