ଚୋରା ବାଲି ବୋଝେଇ ହାଇୱା ଜବତ

ପାଟଣା : ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ରେଙ୍ଗାଳବେଡ଼ା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ରୁ ପାଟଣା ତହସିଲଦାର ତାପସ କୁମାର ଦେହୁରୀ ଏକ ବାଲି ବୋଝେଇ ହାଇୱା ଜବତ କରିଛନ୍ତି। ଲଘୁ ଖଣିଜ ଚୋରି ଓ ପରିବହନ ମାମଲାରେ ହାଇୱା ଟି ଉପରେ ୪୦ ହଜାର ୫୬୦ ଟଙ୍କା ଜୋରିମାନା କରାଯାଇଛି।

ସେହିପରି ଜଡ଼ିଚାତର ନିକଟରୁ ତହସିଲଦାର ଶ୍ରୀ ଦେହୁରୀ ବେଆଇନ ବାଲି ବୋଝେଇ ଏକ ଟ୍ରାକ୍ଟର କୁ ମଧ୍ୟ ଜବତ କରିଛନ୍ତି। ଜବତ ଟ୍ରାକ୍ଟର ଟି ଉପରେ ୧୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି। ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକ ଶିବ ପ୍ରସାଦ ମହାନ୍ତ ଓ ରାଜସ୍ବ ନିରୀକ୍ଷକ ରମାକାନ୍ତ ମହାନ୍ତ ପ୍ରମୁଖ ତହସିଲଦାର ଙ୍କ ଚଢାଉ ରେ ସାମିଲ ଥିଲେ।

 

Comments are closed.