ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବୃଦ୍ଧାଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ମୃତ୍ୟୁ ଘଟିଛି। ମୃତକ ଜଣକ ସଦର ଥାନା ଧନୁର୍ଜୟପୁର ଗ୍ରାମର ନିର ମହାରଣାଙ୍କ ପତ୍ନୀ ଟିକିଲି ମହାରଣା (୬୫) ବୋଲି ଜଣାପଡିଛି।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ବୁଧବାର ସନ୍ଧ୍ୟାରେ ଟିକିଲି ଦାନାଦାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପୁଲିସ ଶବ କୁ ଜବତ କରି ଘଟଣା ର ତଦନ୍ତ କରୁଛି

Comments are closed.