ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ ; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ଦୋକାନରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି । ଏହା ସହ ନିକଟରେ ଥିବା ଏକ ମନୋହରୀ ଦୋକାନରେ ନିଆଁ ଲାଗି ଅର୍ଦ୍ଧାଧିକ ପୋଡ଼ି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁଯାୟୀ ଗ୍ରାମର ଶତ୍ରୁଘନ ମହାନ୍ତ ଦାମାହୁଦା ଛକରେ ଏକ କ୍ୟାବିନ୍ କରି ପାନ ଦୋକାନ ଦେଇଥିଲେ । କୌଣସି କାରଣରୁ କ୍ୟାବିନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନାହିଁ । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Comments are closed.