ଆହତ ହରିଣକୁ ଉଦ୍ଧାର କଲା ପାଟଣା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସରାସପଶି ଗ୍ରାମକୁ ପସି ଆସିଥିବା ଏକ ଆହତ ହରିଣକୁ ଆଜି ସକାଳୁ ବନ ବିଭାଗ ଉଦ୍ଧାର କରିଛି । ହରିଣ ଟିର ଦେହର ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ରହିଛି । ସକାଳୁ ହରିଣ ଟି ଗାଁ ଭିତରକୁ ପଶିଆସି ଥିବା ବେଳେ ହରିଣ ଟିକୁ କୁକୁର କାମୁଡି ଆହତ କରିଛନ୍ତି । ଖବର ପାଇ ପାଟଣା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣ କୁ ଉଦ୍ଧାର କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ନେଇ ଆହତ ହରିଣର ଚିକିତ୍ସା କରାଯାଇଛି।

Comments are closed.