ପାଟଣା ବ୍ଲକରେ ଉନ୍ନୟନ ସମୀକ୍ଷା ବୈଠକ

ପାଟଣା: ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକଙ୍କ ଉପସ୍ଥିତିରେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଆଜି ବିଭିନ୍ନ କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ, ନଭେମ୍ବର ୧୪ରେ ୫- ଟିରେ ନିର୍ମିତ ୬ଟି ବିଦ୍ୟାଳୟର ଶୁଭ ଉଦଘାଟନ, ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ଆକର୍ଷଣୀୟ ପୋଖରୀ, ପାର୍କ, ଗ୍ରାମୀଣ ହାଟର ଉନ୍ନତିକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ, ମନରେଗା ଯୋଜନାରେ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ଏପିଓ ମଧୁସୂଦନ ପ୍ରଧାନ, ପ୍ରଗତି ସହାୟକ ନିତ୍ୟାନନ୍ଦ ଦାଶ, ଜିପିଓ ରଶ୍ମୀରେଖା ମହାନ୍ତି, ଯୋଗାଣ ଅଧିକାରିଣୀ ବିଦ୍ୟୁତଲତା ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ, ବିପିସି ସୁରେନ୍ଦ୍ର ଖଣ୍ଡା, କନିଷ୍ଠ ଯନ୍ତ୍ରୀ ସର୍ବଶ୍ରି ସିଦ୍ଧ ମାଝୀ, ଅଜୟ କୁମାର, ଅଜୟ କୁମାର ବେହେରା, ଜିପିଟିଏ ମନୋଜ କୁମାର ପଣ୍ଡା ଓ ମୋନାଲିସା ଚକ୍ର, କନିଷ୍ଠ ଯନ୍ତ୍ରୀ ଲାଖାଇ ମୁର୍ମୁ ଓ ମିହିର ଟୁଡୁଙ୍କ ସହ ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ବୈଠକରେ ସାମିଲ ଥିଲେ।

Comments are closed.