ଖଜିରାପଶି କାଜୁ ବନୀକରଣରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କଲା ପାଟଣା ଅଗ୍ନିଶମ ବାହିନୀ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମରେ ଥିବା ୩୦ ଏକର ପରିମିତ କାଜୁ ବନୀକରଣରେ ଆଜି ଅପରାହ୍ଣରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। କାଜୁ ବନୀକରଣର ଗୋଟିଏ ପାର୍ଶ୍ୱରେ ଏହି ନିଆଁ ଲାଗି ଚାରିଆଡ଼େ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେମାନେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

 

ଖବର ପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚିଥିଲା। କେନ୍ଦ୍ରାଧିକାରି ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ କାଜୁ ବନୀକରଣରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ବହୁ କାଜୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି।

Comments are closed.