ତଅପୋଇ ପୂଜା ଉପଲକ୍ଷେ ଭଗପଶିରେ ବୋଇତ ବନ୍ଦାଣ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ଭଗପଶି ଗ୍ରାମରେ ଆଜି ଖୁଦୁରୁକୁଣୀ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମିତି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ କଣ୍ଟିଆପଡା ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ହୃଷିକେଶ ମହାନ୍ତ, ବିଜୟ କୁମାର ନାଏକ, ଗୁଲୁ ନାଏକ , ମନୁ ନାଏକ ଓ ଚନ୍ଦନ ନାଏକ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

 

ଉତ୍କଳୀୟ ସଂସ୍କୃତି ର ପ୍ରମୁଖ ଭୂମିକା ବହନ କରୁଥିବା ଖୁଦୁରୁକୁଣୀ ଓଷା ଓ ବୋଇତ ବନ୍ଦାଣ ସମ୍ପର୍କରେ ଅତିଥି ମାନେ ଅଭିଭାଷଣ ଦେଇଥିଲେ । ସେହିପରି ଏଠାରେ ଦେହୁରୀ ଭାବେ ଦୁର୍ଯ୍ୟୋଧନ ନାଏକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ଯଶୋଦା ନାଏକ, ରିଙ୍କି ନାଏକ, ପୂଜା ନାଏକ , ଆଦ୍ୟାଶା ନାଏକ , ମିତୁ ନାଏକ, ଶିତୁ ନାଏକ, ଗାନ୍ଧାରୀ ନାଏକ, ରିନା ନାଏକ ଓ ଦିପା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତଅପୋଇ ଙ୍କ ବଡ଼ ଭାଇ ହୋଇ ବିଧାୟକ ଜଗନ୍ନାଥ ନାଏକ ବୋଇତ ଭ୍ରମଣ କରିଥିଲେ।

Comments are closed.