ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ତହସିଲଦାର

ପାଟଣା: ସାହରପଡା ତହସିଲ ପକ୍ଷରୁ ବାଇକଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ତହସିଲଦାର ବାବାଜୀ ଚରଣ ସିଂ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦୟପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ ଦ୍ବିବେଦୀ, ଅମିନ ଗଜେନ୍ଦ୍ର ପ୍ରଧାନ, କନିଷ୍ଠ କିରାଣୀ ବେଣୁଧର ମହାନ୍ତ ଆଦି ଉପସ୍ଥିତ ରହି ଲୋକଙ୍କୁ ଜଙ୍ଗଲ ଅଧିକାର ବିଷୟ ରେ ସୂଚନା ଦେଇ ଥିଲେ ।

Comments are closed.