ନିର୍ମାଣାଧୀନ ବିଦ୍ୟାଳୟ ଗୃହ ପରିଦର୍ଶନ କଲେ ପାଟଣା ବିଧାୟକ

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ସରକାରୀ ଅନୁଦାନ ରେ ବିଭିନ୍ନ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ଆଦି କାମ ଚାଲିଥିବା ବେଳେ ଏହାର ନିର୍ମାଣ ଗୁଣବତ୍ତା ର ଅନୁଧ୍ୟାନ ପାଇଁ ଶୁକ୍ରବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ସଦଳ ବଳେ କେତେକ ବିଦ୍ୟାଳୟ ର ନିର୍ମାଣ କାମ ତଦାରଖ କରିଛନ୍ତି। ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ , ମଲ୍ଲିପଶି, ମୂରୁସୁଆଁ , ତୁରୁମୁଙ୍ଗା ଓ ଖିରେଇଟାଙ୍ଗିରୀ ବିଦ୍ୟାଳୟ ଆଦିରେ ଚାଲିଥିବା ନିର୍ମାଣ କାମକୁ ବିଧାୟକ ଜଗନ୍ନାଥ ନାଏକ ସହ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ବୁଲି ଦେଖିବା ସହ କାର୍ଯ୍ୟ ଅଗ୍ରଗତି ର ସମୀକ୍ଷା କରିଛନ୍ତି।

Comments are closed.