ଦାୟିତ୍ବରୁ ବହିଷ୍କୃତ ହେଲେ ସରାସପସି ଗ୍ରାମ ରୋଜଗାର ସେବକ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସରାସପସି ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ) ଯୋଗେଶ୍ବର ମହାନ୍ତଙ୍କୁ ସାଧାରଣ ମହିଳା ମାନଙ୍କ ଅର୍ଥ ହଡପ ଓ ଠକେଇ ଅଭିଯୋଗରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ଗତ ୧୭/୬/୨୧ ତାରିଖରେ ଦାୟିତ୍ବରୁ ବହିଷ୍କାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ୩୧/୧/୨୦୨୧ ତାରିଖରେ ଘଟଗାଁ ଥାନାର କେଶ ନମ୍ବର ୧୮ ଅନୁଯାୟୀ ଭାରତୀୟ ପିଙ୍ଗଳ କୋଡ଼ର ଦଫା ୪୨୦, ୫୦୬ ଓ ୩୪ ବଳରେ ତାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଚିକିଣିଆ ଓ ଆଖପାଖ ଅଞ୍ଚଳର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଆର୍ଥିକ ଠକେଇ ଓ ଚଞ୍ଚକତା କରିଥିବା ଭଳି ସଙ୍ଗୀନ ଅଭିଯୋଗରେ ତାଙ୍କ ନାମରେ କେଶ ରୁଜ୍ଜୁ ହୋଇଥିଲା। ସେ ନିଜ ଦ୍ଵିତୀୟ ପତ୍ନୀଙ୍କ ସହ ମିଶି ଏଭଳି ଉଦ୍ଦେଶ୍ୟମୂଳକ ଠକେଇ କରିଥିବା ଜଣାପଡିଥିଲା। ପୂର୍ବରୁ ମଧ୍ୟ ସେ ଠିକ ଭାବେ ନିଜ ପଞ୍ଚାୟତରେ ଦାୟିତ୍ୱ ନିର୍ବାହ କରୁନଥିବା ନେଇ ଅଭିଯୋଗ ହେଇଆସୁଥିଲା।

Comments are closed.