କୋଭିଡ-୧୯-ଗ୍ରୁପର ସଫଳ ପ୍ରୟାସ, ସୁସ୍ଥ ହୋଇ ଘରକୁ ଫେରିଲେ ପିତାମ୍ବର

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ସନ୍ନିକଟ କାଶିବେଡା ଗ୍ରାମର ପିତାମ୍ବର ରାଉତ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଜ୍ବରରେ ଆକ୍ରାନ୍ତ ହୋଇଯିବାରୁ ଢେଙ୍କିକୋଟ ଡାକ୍ତରଖାନାକୁ ଆସିଥିଲେ। ସେଠାରେ ତାଙ୍କର ଅମ୍ଳଜାନ କମି ଯିବାରୁ କୋଭିଡ-୧୯ ଗ୍ରୁପର ସଂଯୋଜକ ତଥା ଜିଲା ବିଜେଡି ଉପ ସଭାପତି ଏସକେ ଇମରାନ ଓ ତାଙ୍କ ଦଳ ପିତାମ୍ବରଙ୍କୁ ଅମ୍ଳଜାନ ଦେଇ କେନ୍ଦୁଝର ରାଙ୍କି କରୋନା ଚିକିତ୍ସାଳୟକୁ ଗତ ୧୮ ତାରିଖ ସ୍ଥାନାନ୍ତର କରିଥିଲେ। ତେବେ ଏହି ବୃଦ୍ଧ ଜଣକ ସମ୍ପର୍କରେ କରୋନା ଚିକିତ୍ସାଳୟରୁ ତାଙ୍କ ଘରକୁ କୌଣସି ସୂଚନା ନମିଳିବାରୁ ଆଜି ଜଣେ ସ୍ବେଚ୍ଛାସେବୀ ପିତାମ୍ବରଙ୍କ ବର୍ତ୍ତମାନର ସ୍ଥିତି କଣ ଜାଣିବା ପାଇଁ କୋଭିଡ-୧୯ ଗ୍ରୁପରେ ପ୍ରଶ୍ନ ପଚାରିଥିଲେ। ଏହି ସୂଚନା ଆଧାରରେ ଗ୍ରୁପର ସଂଯୋଜକ ଏସକେ ଇମରାନ ଓ ଘଟଗାଁ ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ଉଦ୍ୟମରେ ସୁସ୍ଥ ହୋଇଥିବା ପିତାମ୍ବରଙ୍କୁ ସ୍ଵତନ୍ତ୍ର ଗାଡ଼ିରେ କରୋନା ଚିକିତ୍ସାଳୟରୁ ଅଣାଯାଇ ତାଙ୍କ ଘରେ ଛଡାଯାଇଥିବାରୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି।

Comments are closed.