ପାଟଣା କୃଷିଭବନରେ ବିଧାୟକଙ୍କ ସମୀକ୍ଷା ବୈଠକ

ପାଟଣା: ପାଟଣା କୃଷିଭବନ ପରିସରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡକାଇ ସଂପୃକ୍ତ ବିଭାଗର ସାମ୍ପ୍ରତିକ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ, ସହକାରୀ ମତ୍ସ୍ୟ ଅଧିକାରୀ ଜଗଦୀଶ ବାରିକ, ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ସେଠୀ, ଉଦ୍ୟାନ ଅଧିକାରୀ ହରେକୃଷ୍ଣ ଚାନ୍ଦ ହାଂସଦା, ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଶେଷ ଦାସ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକରେ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ପ୍ରମୁଖ କୃଷି ବିଭାଗର ସମସ୍ତ କୃଷି ଅଧିଦର୍ଶକ ସାମିଲ ଥିଲେ। ସମୀକ୍ଷା ବୈଠକ ପରେ ବିଧାୟକ ଶ୍ରୀ ନାଏକ ପାଟଣା ବ୍ଲକ କାର୍ଯ୍ୟଳୟ ଯାଇ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁଙ୍କ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି।

Comments are closed.