ପାୱାର ଟିଲର ଭିତରେ ପଶିଯାଇ ଚାଷୀ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରଥପଡ଼ା ଗ୍ରାମର ଜେଠୁ ମହାନ୍ତ (୪୨) ଆଜି ନିଜ ବିଲରେ ସକାଳୁ ହଳ କରୁଥିବା ବେଳେ ଅସାବଧାନତାବଶତଃ ପାୱାର ଟିଲର ଭିତରକୁ ଗଳି ପଡ଼ିଥିଲେ। ପାୱାର ଟିଲର ଟି ଜେଠୁଙ୍କୁ ଘୋଷାଡି ଘୋଷାଡି ନେଉଥିବା ଦେଖି କିଛି ଲୋକ ଦଉଡି ଆସି ପାୱାର ଟିଲର ଟି କୁ ବନ୍ଦ କରିଥିଲେ। ଏନେଇ ପାଟଣା ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ପାୱାର ଟିଲର ଭିତରୁ ବହୁ ପରିଶ୍ରମ କରି ଜେଠୁଙ୍କୁ ବାହାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଜେଠୁଙ୍କ ର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଗୋଡ଼ରେ ପାୱାର ଟିଲର ଫାଳ ଲାଗିରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.