କରୋନା ପ୍ରଭାବରେ ବସ ଚଳାଚଳ ବନ୍ଦ

ପାଟଣା :  କରୋନା କଟକଣା ଯୋଗୁଁ ଓ ଏହାର ପ୍ରଭାବରେ ବସ ମାଲିକ ମାନେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି। ୨୦୨୦ ମାର୍ଚ୍ଚ ରୁ ୨୦୨୧ ମଇ ମଧ୍ୟରେ ମାତ୍ର ୩ ରୁ ୪ ମାସ ପାଇଁ ବସ ଚଳାଚଳ କରିଥିବା ବେଳେ ତୈଳ ଦର ବୃଦ୍ଧି ସାଙ୍ଗକୁ ଯାତ୍ରୀ ନହେବା କାରଣ ରୁ ଚଳାଚଳ କରିଥିବା ପାଖାପାଖି ୯୦ ପ୍ରତିଶତ ବସ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବାରୁ ପାଖାପାଖି ବର୍ଷେ ହେଲା ବସ ମାଲିକ ଲାଭ  ଦେଖିପାରିନାହାନ୍ତି।
ସାହାସ କରି ଯେଉଁ ମାନେ ବସ ଚଳାଇ ଥିଲେ ଯାତ୍ରୀ ମାନଙ୍କ ଠାରୁ ଆୟ ତୈଳ , ଚାଳକ ଓ ସହାୟକ ଙ୍କ ଖର୍ଚ୍ଚ , ମରାମତି , ଟାୟାର ବଦଳ ଆଦି ରେ ଯିବା ସହ ହାତରୁ ମଧ୍ୟ କିଛି ବାଜିଛି।
ପରିବହନ ଉପରେ ସରକାରୀ କଟକଣା ନଥିବାରୁ ଟ୍ରକ ମାଲିକ ଏହି ସମସ୍ୟାର ସମ୍ମୁଖୀନ ହେଉ ନାହାନ୍ତି। କେନ୍ଦୁଝର ଜିଲ୍ଲାରୁ ଲୁହା ପଥର ପରିବହନ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ କରୋନା ଆରମ୍ଭ ହେବା ପରଠାରୁ ପାଟଣା ବ୍ଲକ ଓ ଢେଙ୍କିକୋଟ ଅଞ୍ଚଳରେ ଟ୍ରକ ଚଳାଚଳ ସଠିକ ରହିଛି ବୋଲି ସୂଚନା ମିଳିଛି।

Comments are closed.