କାଳବୈଶାଖୀରେ ୮ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା,  ମାଟିରେ ମିଶିଲା କୁକୁଡ଼ା ଫାର୍ମ

ପାଟଣା : ପାଟଣା ଥାନା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ଘନ ଘନ ବଜ୍ରପାତ ସହ ପବନ ଓ ଅଳ୍ପ ବର୍ଷା ସତ୍ବେ ଟାଙ୍ଗରପଡ଼ା ନିକଟରେ  ୧୧କେଭି ଲାଇନର ୮ଟି ଖୁଣ୍ଟ ଭାଙ୍ଗିଥିବା ଖବର ମିଳିଛି। ଟାଙ୍ଗରପଡ଼ା ଗ୍ରାମର ପ୍ରଦୋଷ କୁମାର ସାହୁଙ୍କ କୁକୁଡ଼ା ଫାର୍ମ ଘର ଉପରେ ଏକ ଶାଗୁଆନ ଗଛ ଉପୁଡ଼ି ପଡ଼ିବାଥିଲା। ଫଳରେ କୁକୁଡ଼ା ଫାର୍ମଟି ମାଟିରେ ମିଶି ଯାଇଛି। ଟାଙ୍ଗରପଡ଼ା ଛକରେ ବାବୁରାମ ସାହୁ ଙ୍କ ଲୁହାଲତା ଦୋକାନ ଉପରେ ଏକ ଗଛ ଭାଙ୍ଗି ପଡ଼ିବାରୁ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ଗଛକୁ କାଟି ସଫା କରିଛି। ସର୍ବଶେଷ କ୍ଷୟକ୍ଷତିର ଖବର ମିଳିନାହିଁ।

Comments are closed.