କରଞ୍ଜିଆପଡ଼ାରୁ ଚୋରା କାଠ ଜବତ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ କରଞ୍ଜିଆପଡ଼ା ଗ୍ରାମରେ ଆଜି ପାଟଣା ବନ ବିଭାଗ ଓ ପାଟଣା ଥାନା ପକ୍ଷରୁ ମିଳିତ ଚଢଉ କରାଯାଇ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ପତ୍ନୀ ଦମୟନ୍ତୀ ଦାସଙ୍କ ଘରେ ଗଚ୍ଛିତ ଥିବା ଟ୍ରାକ୍ଟର ଭର୍ତ୍ତି ଚୋରା କାଠ ଜବତ କରାଯାଇଛି। ୬୦ ଖଣ୍ଡରୁ କିଛି ଅଧିକ ପଟା ଓ ଘର ବନ୍ଧ ଦମୟନ୍ତୀଙ୍କ ଘରେ କାଟି ରଖାଯାଇଥିବା ଖବର ମିଳିବା ପରେ ଚଢ଼ାଉ ହୋଇଥିଲା। ଜବତ କାଠ ଗୁଡ଼ିକ ସାହାରପଡା ବନ କାର୍ଯ୍ୟାଳୟକୁ ନିଆ ଯାଇଛି। ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ , ଆରକ୍ଷୀ ଉପ ନୀରିକ୍ଷକ ରଣଜିତ୍ ପଟ୍ଟନାୟକ, ପାଟଣା ଉପ ବନାଞ୍ଚଳ ଅଧିକାରୀ ଖଗେଶ୍ବର ବାରିକ, ସାହାରପଡା ବନପାଳ ମୋହିନୀ ମହାନ୍ତ ଓ ବନ ବିଭାଗର ପାରାଷ୍ଟାପ ଏହି ମିଳିତ ଚଢ଼ାଉରେ ସାମିଲ ଥିଲେ।

Comments are closed.