ବେଆଇନ ବାଲି ଚୋରା ଚାଲାଣ ସମୟରେ ଚଢାଉ, ୨ ହାଇଓ୍ବା ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ରାଜନଗର ବୈତରଣୀ ନଦୀ ରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା କୈାଣସି ସୂତ୍ରରୁ ଖବର ପାଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ପରିବହନ ପତ୍ର କୁ ଜାଲିଆତି କରି ବାଲି ଚୋରାଚାଲାଣ କରୁଥିବା ଦୁଇଟି ହାଇଓ୍ବା କୁ ଜବତ କରିଛନ୍ତି । ଜବତ ହାଇଓ୍ବା ଦୁଇଟି ଉପରେ ୬୧ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି । ଏହି ଚଢ଼ାଉ ରେ ତହସିଲଦାର ଙ୍କ ସହ ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ରାଜନଗର ରାଜସ୍ୱ ନିରୀକ୍ଷକ ଭବାନୀଶଙ୍କର ରାଉତରାୟ ପ୍ରମୁଖ ସାମିଲ ଥିଲେ ।

Comments are closed.