ମୁକ୍ତିଆର ହୃଷୀକେଶ ମହାନ୍ତଙ୍କ ଅକାଳ ବିୟୋଗରେ ଶୋକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ହୃଷିକେଶ ମହାନ୍ତଙ୍କର ଆଜି ୩୬ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିବା ହୃଷୀକେଶଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ପରଲୋକ ଘଟିଛି। ମରଶରୀର ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସେ ପାଟଣା ତହସିଲ ପାଇଁ କାର୍ଯ୍ୟରତ ଆଇନଜୀବୀଙ୍କ ସହକାରୀ ଓ ମୁକ୍ତିଆର ଭାବେ କାର୍ଯ୍ୟ କରୁଥିବା ବେଳେ ବେଶ୍ ଜନପ୍ରିୟ ଓ ସେବା ପରାୟଣ ପରିଚୟ ସୃଷ୍ଟି କରିପାରିଥିଲେ। ହୃଷୀକେଶଙ୍କ ବିୟୋଗରେ ମିରିଗିଖୋଜି ସରପଞ୍ଚ ସୁମିତ୍ରା ବେହେରା, ସମିତି ସଭ୍ୟା ଧରିତ୍ରୀ ମହାନ୍ତ, ଆଇନଜୀବୀ ସର୍ବଶ୍ରୀ ମହେଶ୍ୱର ପୃଷ୍ଟି, ଜୟଦେବ ବାରିକ ଓ ଗୌରା ରଞ୍ଜନ ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Comments are closed.