ରାସ୍ତା କଡ ଗଛମୂଳରୁ ପ୍ରବାସୀ ଯୁବକର ମୃତଦେହ ଠାବ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭୋଳବେଡା ଗ୍ରାମ ରାସ୍ତାକଡରେ ଥିବା ଏକ ଗଛମୂଳରେ ଗାଁକୁ ଫେରିଥିବା ଜଣେ ପ୍ରବାସୀ ଯୁବକର ମୃତଦେହ ଠାବ ହୋଇଛି।‌ ମୃତ ଯୁବକ ଭୋଳବେଡା ବାଲିସାହିର ଉମାକାନ୍ତ ନାଏକ ବୋଲି ଜଣାପଡିଛି। ସେ ନିକଟରେ ବାହାର ରାଜ୍ୟରୁ ଗାଁକୁ ଫେରିଥିବା ବେଳେ ତାଙ୍କର ନିଶା ଅଭ୍ୟାସ ଥିଲା ଓ ସେ ଜ୍ବରରେ ପୀଡ଼ିତ ଥିବା ସୂଚନା ମିଳିଛି। ଆଜି ସକାଳେ ଗ୍ରାମର କିଛି ଲୋକ ତାଙ୍କ ମୃତଦେହ ରାସ୍ତା କଡ ଗଛମୂଳରେ ପଡ଼ିଥିବା ଦେଖି ଗାଁରେ ଜଣାଇଥିଲେ। ଏନେଇ ଘଟଗାଁ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।

Comments are closed.