ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅ ଲତିକା ରାଣୀ ନାଏକ(୬) ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନ ୧୦ଟାରେ ଘର ପାଖ ପୋଖରୀରେ ରାଣୀ ଗାଧୋଉଥିବା ସମୟରେ ପାଣିରେ ବୁଡି ଯାଇ ପ୍ରାଣ ହରାଇଛି। ତୁରୁମୁଙ୍ଗା ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଏସ.ଆଇ ବିଜୟ କୁମାର ଖଟୁଆ ଘଟଣା ସ୍ଥଳରୁ ମୃତ ଶିଶୁ କନ୍ୟାର ମୃତଦେହ ଜବତ କରିଥିଲେ। କେନ୍ଦୁଝର ଠାରେ ରାଣୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ରାଣୀଙ୍କ ମୃତଦେହକୁ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ।

Comments are closed.