ତୁରୁମୁଙ୍ଗାରେ ୩ ଔଷଧ ଦୋକାନ ଯାଞ୍ଚ, ଜୀବନ ରକ୍ଷାକାରୀ ଔଷଧ ଗୁଡ଼ିକର ଗଚ୍ଛିତ ସ୍ଥିତିର ତଦାରଖ

ପାଟଣା:  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ଥିବା ୩ଟି ଔଷଧ ଦୋକାନରେ ଆଜି ଔଷଧ ନିୟନ୍ତ୍ରକ ସଞ୍ଜୟ ହାଂସଦା ଓ ତୁରୁମୁଙ୍ଗା ଥାନା ଏଏସଆଇ ବିଜୟ କୁମାର ଖଟୁଆ ଯାଞ୍ଚ କରିଥିଲେ। ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଖରେ ଥିବା ଦୁଇଟି ଔଷଧ ଦୋକାନ ଓ ବଜାରରେ ଥିବା ଗୋଟିଏ ଔଷଧ ଦୋକାନରେ ଏହି ଯାଞ୍ଚ କରାଯାଇଥିଲା। ବିଶେଷ କରି ଦୋକାନର ଯଥା ସ୍ଥାନରେ ଅବସ୍ଥିତି ଓ ଜୀବନ ରକ୍ଷାକାରୀ ଔଷଧ ଗୁଡ଼ିକର ଗଚ୍ଛିତ ସ୍ଥିତିର ତଦାରଖ କରାଯାଇଥିଲା।

Comments are closed.