ୟଙ୍ଗ ଷ୍ଟାର ଦିନିକିଆ ଭଲିବଲ, ପଣ୍ଡୁଆ ଚମ୍ପିଅନ

ପାଟଣା: ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ୟଙ୍ଗଷ୍ଟାର ୟୁଥ କ୍ଲବ ପକ୍ଷରୁ ଅନୁଷ୍ଠିତ ଏକଦିବସୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗୀତାରେ ଗତରାତି ଅନୁଷ୍ଠିତ ଫାଇନାଲରେ ଚମ୍ପୁଆକୁ ପରାସ୍ତ କରି ପଣ୍ଡୁଆ ଚମ୍ପିଅନ ହୋଇଛି। ପ୍ରତିଯୋଗୀତାରେ ଠାକୁରମୁଣ୍ଡା , ଚମ୍ପୁଆ (କ), ଚମ୍ପୁଆ (ଖ) , ସାଇ କେନ୍ଦୁଝର, ଜାମୁଯୋଡି, ୟୁଥ କ୍ଲବ କେନ୍ଦୁଝର, ସାନ୍ତରାପୁର, ଚଢେଇଭୋଳ, ମଲ୍ଲିପଶି ଓ ପଣ୍ଡୁଆ ଦଳ ଅଂଶଗ୍ରହଣ କରିଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବନେତା ଦେବାଶିଷ ପାତ୍ର ଯୋଗଦେଇ ଚମ୍ପିଅନ ପଣ୍ଡୁଆ ଦଳକୁ ନଗଦ ୬ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଚମ୍ପୁଆ ଦଳକୁ ନଗଦ ୪ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ସାନ୍ତରାପୁର ସରପଂଚ ଅନାଦି ଚରଣ ସିଂ ଓ ଏସ.କେ. ଇମରାନ ପ୍ରମୁଖ ଉଦଯାପନୀ କାର୍ୟ୍ୟକ୍ରମରେ ସାମିଲ ଥିଲେ।

Comments are closed.