ଅବକାରୀ ଚଢାଉ, ୫ ଗିରଫ

ପାଟଣା: ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ଭ୍ରାମ୍ୟମାଣ ଅବକାରୀ ଦଳର ନିରୀକ୍ଷକ ଚନ୍ଦନ ମଣ୍ଡଳଙ୍କ ନେତୃତ୍ୱରେ ଗତକାଲି ଓ ଆଜି ପାଟଣା , ତୁରୁମୁଙ୍ଗା ଓ ଟାଉନ ଥାନା ଅଞ୍ଚଳରେ ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ୫୩ ଲିଟର ମହୁଲି ମଦ ଜବତ କରାଯାଇଛି। ଘଟଣାରେ ୫ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଟାଉନ ଥାନା ଘୁଟୁରୁ ଗ୍ରାମରେ ଚଢ଼ାଉ କରି ଟିକସ ଶୁଳ୍କ ପୈଠ ବିହୀନ ୧୮ ପେଟି ନକଲି ବିଦେଶୀ ମଦ ଜବତ କରାଯିବା ସହ ଏହି ମଦ ରଖିଥିବା ପଙ୍କଜ କୁମାର ସେଠୀ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଓ ଆଖପାଖ ଗ୍ରାମରୁ ମୋଟ ୫୩ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୪ ଜଣକୁ ଗିରଫ କରାଯାଇଛି।

Comments are closed.