ଆଜାଦି କି ଅମୃତ ମହୋତ୍ସବ ଅବସରରେ ମା ଭାରତୀଙ୍କ ନିକଟରେ ଦୀପଦାନ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶର ମଙ୍ଗଳ କାମନା କରି ମା ଭାରତୀଙ୍କ ନିକଟରେ ଦୀପଦାନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ସହ ଗୁରୁଜୀ ଗୁରୁମା ଉପସ୍ଥିତ ରହି ୭୫ ତମ ସ୍ବାଧିନତା ଦିବସର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ମଙ୍ଗଳ କାମନା କରି ବୌଦ୍ଧିକ ମଣ୍ଡପ ଠାରେ ମା’ ଭାରତୀ ନିକଟରେ ଦୀପଦାନ କରିଥିଲେ।

Comments are closed.