ଶୋଇବା ଘରୁ ମିଳିଲା ୭ ଫୁଟ୍ ଲମ୍ବର ବୋଡା ସାପ

ପାଟଣା: ଆଜି ସକାଳ ପ୍ରାୟ ୭ଟା ସମୟରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ବିରାଟକାୟ ବୋଡା ସାପ ପାଟଣା ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ପ୍ରେମଲତା ମହାନ୍ତ ତାଙ୍କ ଶୋଇବା ଘରେ ଗୋଟିଏ ବିରାଟ କାୟ ବୋଡା ସାପ ଦେଖିବାକୁ ପାଇଥିଲେ। ଆଜି ପ୍ରେମଲତା ସକାଳୁ ତାଙ୍କ ଘରର ଶେଯ ଉଠାଇ ଝାଡୁ ମାରୁଥିବା ସମୟରେ ପାଖାପାଖି ୮ ରୁ ୧୦ କେଜି ଓଜନର ବୋଡା ସାପ ଦେଖିବାକୁ ପାଇଥିଲେ । ପ୍ରେମଲତା ସାଙ୍ଗେ ସାଙ୍ଗେ ସେଇ ଗ୍ରାମର କିଛି ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ଥିଲେ । ଗାଁ ଲୋକ ତୁରନ୍ତ ପାଟଣା ଫରେଷ୍ଟରଙ୍କୁ ଜଣାଇଥିଲେ। ପାଟଣା ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୬ ରୁ ୭ ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ସାପଟିକୁ ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଚି।

Comments are closed.