ପାଣିରେ ଭାସିଗଲା ଟ୍ରକ, ବର୍ତ୍ତିଗଲେ ଚାଳକ

ପାଟଣା : ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲିଗି ରହିଥିବା ବେଳେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବୁଧବାର ମଧ୍ୟାହ୍ନରେ ଏକ ଧାନ ବୋଝେଇ ଟ୍ରକ ଢେଙ୍କିକୋଟରୁ ପାଟଣା ଅଭିମୁଖେ ଯାଉଥିବା ସମୟରେ ଟ୍ରକଟି ପାଟଣା ନିକଟସ୍ଥ ଶିମୁଳି ନାଳ ଡାଇଭରସନ୍ ପୋଲ ଉପରେ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ଟ୍ରକଟି ଢେଙ୍କିକୋଟର ବୋଲି ଜଣାପଡିଛି ।

Comments are closed.