ପୂର୍ତ୍ତ ବିଭାଗର ବିଦ୍ୟାଳୟ ଫାଟକ ନିର୍ମାଣକୁ ମାସେ ପୂର୍ତ୍ତି, ଫାଟକରୁ ଖସିଲା ଟାଇଲ

ପାଟଣା: ପୂର୍ତ୍ତ ବିଭାଗ ପାଟଣା ବ୍ଲକ କେନ୍ଦେଇପଶି ସ୍ଥିତ ନବ ନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଫାଟକ ନିର୍ମାଣ କରିଥିଲା। ୫-ଟିରେ ଏହା ନିର୍ମାଣ କରାଯାଇଥିଲା। ପୂର୍ତ୍ତ ବିଭାଗର ଏହି ଫାଟକ ନିର୍ମାଣର ମାସେ ପୂର୍ତ୍ତି ହୋଇଥିବା ବେଳେ ଫାଟକରୁ କଳା ଟାଇଲି ଫଡା ଫଡା ହୋଇ ଖସିଗଲାଣି। ସିମେଣ୍ଟ ଭାଗ କମ ଓ ଭଲ ବାଲି ଦେଇନଥିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି। ୫-ଟିରେ ସାମିଲ ଏହି ବ୍ଲକ ଏବଂ ସାହାରାପଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅତ୍ୟନ୍ତ ନିମ୍ନ ମାନର କାମ କରାଯାଇ ସରକାରୀ ଅର୍ଥ ଚଳୁ କରାଯାଇଥିବା ବିଭିନ୍ନ ସ୍ଥାନରେ ଦୃଷ୍ଟି ଗୋଚର ହୋଇଛି। କେଉଁଠି ପୁରୁଣା ସ୍ଥାନରେ ନୂଆ ରଙ୍ଗ ଦିଆଯାଇଛି ତ କେଉଁଠି ପୁରୁଣା ଭଙ୍ଗା ଆଜବେଷ୍ଟସ ଉପରେ ନୀଳ ରଙ୍ଗ ମରାଯାଇ ୫- ଟି କାମ କୁହାଯାଉଛି।

ଏପରିକି ନିକଟରେ ନବନିର୍ମିତ ଓଡିଶା ଆଦର୍ଶ ବିଦ୍ୟାଳୟ ସାହାରାପଡ଼l ପାଚେରୀ ସାମାନ୍ୟ ବର୍ଷାରେ ଖଣ୍ଡବିଖଣ୍ଡିତ ହୋଇ ଭୁଶୁଡ଼ି ପଡ଼ିଥିବା ଘଟଣା ମନରୁ ଲିଭିନଥିବା ବେଳେ କେନ୍ଦେଇପଶି ଓଡିଶା ଆଦର୍ଶ ବିଦ୍ୟାଳୟ ଫାଟକରୁ ଟାଇଲି ଖସିବା ଘଟଣା ୫-ଟିକୁ ଉପହାସ କରୁଥିବା ଭଳି ମନେହୋଉ ଥିବାରୁ ଏହି ଉନ୍ନୟନ କାମରେ ସ୍ବଚ୍ଛତା ବଜାୟ ରଖିବାକୁ ଦାବି ହୋଉଛି।

Comments are closed.