ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଲେ ଲାଞ୍ଚୁଆ ଗ୍ରାମ ରୋଜଗାର ସେବକ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଗୁରୁବାର ରାତ୍ରି ରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ଗ୍ରାମ ରୋଜଗାର ସେବକ ଜଣକ ହେଉଛନ୍ତି ନିରାକର ମହାନ୍ତ। ସୂଚନା ଅନୁଯାୟୀ ନିରାକାର ଗୁରୁବାର ରାତ୍ରି ତୁରୁମୁଙ୍ଗା ବଜାର ନିକଟରେ ଜବକାର୍ଡ ପଞ୍ଜିକରଣ, ସକାଶେ ଜଣେ ବ୍ୟକ୍ତି ଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଏହି ଚାଢ଼ାଉରେ ଦୁର୍ନୀତି ନିବାରଣ ବିଭାଗର ନିରୀକ୍ଷକ ହେମାମାଳିନୀ ନାୟକ, ଦୈତାରି ଘଡେଇ, ଦୁଷ୍ମନ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲା।

Comments are closed.