ଦୁଇଟି ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ମୁରୁସୁଆଁ ଗ୍ରାମରେ ବିଳମ୍ବିତ ରାତିରେ ଦୁଇଟି ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ। ଘରର ଗ୍ରିଲ କବାଟ ତାଡି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମର ଦୂର୍ଯୋଧନ ସାହୁଙ୍କ ଘରର ଗ୍ରିଲ ତାଡି ଘର ଭିତରେ ପଶିବା ପରେ ଗଡରେଜ ଭାଙ୍ଗି ନଗଦ ୩୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି। ସେହିପରି ଗ୍ରାମର ଜ୍ୟୋତିରଞ୍ଜନ ସେଠୀ ଙ୍କ ଘରର ପଛପାଖ ଗ୍ରିଲ କବାଟ ତାଡି ୫ ଭରି ରୁ ଉର୍ଦ୍ଧ ସୁନା ଗହଣା ସହ ରୁପା ଓ ନଗଦ ୧୨ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.