ଶୋଇଥିବା ବେଳେ ଠିକାସଂସ୍ଥା କର୍ମଚାରୀଙ୍କ ଉପରେ ଚଢ଼ିଗଲା ହାଇୱା, ଶ୍ରମଜୀବି ମୃତ

ପାଟଣା: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ୪୯ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିବା ମଣ୍ଟେ କାର୍ଲୋ ଠିକା ସଂସ୍ଥାର ହାଇୱା ଗାଡ଼ି ନିଜ ସଂସ୍ଥାର କର୍ମଚାରୀ ଜାହାଙ୍ଗୀର ସେଖ (୫୦) ଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଠିକାସଂସ୍ଥାର ରହଣି ସ୍ଥଳ ପାଖରେ ଜାହାଙ୍ଗୀର ଏକ ଗଛ ମୂଳେ ହାଲିଆ ହୋଇ ଶୋଇଯାଇ ଥିବାବେଳେ ଏକ ହାଇୱା ପଛୁଆ ଯାଇ ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଖବର ପାଇ ତୁରୁମୁଙ୍ଗl ପୁଲିସ ଘଟଣା ସ୍ଥଳ ଖିରେଇଟାଙ୍ଗିରୀ ଯାଇ ମୃତ ଦେହକୁ ଜବତ କରିଛି। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ତୁରୁମୁଙ୍ଗl ଥାନା ଅଧୀକାରୀ ମଦନ ମୋହନ ନାଏକ ସୂଚନା ଦେଇଛନ୍ତି।

Comments are closed.