କୀଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡାରେ ଗୁରୁବାର କୀଟନାଶକ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କସ୍ତୁରୀ ପାତ୍ର(୪୦) ନାମ୍ନି ଜଣେ ମହିଳା କୀଟନାଶକ ପିଇ ପ୍ରାଣ ହରାଇଛନ୍ତି। କୀଟନାଶକ ପିଇ ଗୁରୁତର ହୋଇଥିବା ମହିଳାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ଓ ସେଠାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ପାଟଣା ପୁଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୃତ ମହିଳାଙ୍କ ଶବ ବ୍ୟବଛେଦ କରାଇଛି। ଏ ନେଇ ପାଟଣା ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

Comments are closed.