ଦିନ ଦ୍ୱିପ୍ରହରରେ ଘରେ ପଶି ଲୁଟ୍ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତର ସୁରେନ୍ଦ୍ରପୁର ଗ୍ରାମର ଉପେନ୍ଦ୍ର ଦେଓଗାମ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗତକାଲି ଦିନ ଦ୍ୱିପ୍ରହରରେ ୨ ଜଣ ଲୁଟେରା ନଗଦ ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛି । ଗତକାଲି ସୁରେନ୍ଦ୍ରପୁର ଗ୍ରାମର ଉପେନ୍ଦ୍ର ଦେଓଗାମ ବିଲକୁ ସକାଳୁ ଚାଲି ଯାଇଥିବାବେଳେ ତାଙ୍କ ପତ୍ନୀ ବଳଦ ଗୋଠକୁ ଯାଇଥିବା ସମୟରେ ଘରେ କେହି ନ ଥିବାର ସୁଯୋଗ ନେଇ ବାଇକ୍ ନେଇ ଆସିଥିବା ୨ ଲୁଟେରା ତାଙ୍କ ଘରେ ପଶି ଗଡରେଜ ଭାଙ୍ଗି ନଗଦ ୧୪ ହଜାର ଟଙ୍କା ସହ ୨ ଟି ସୁନାହାର, ୨ ହଳ କାନଫୁଲ, ସୁନା ତୂଳସୀ ପତ୍ର ୯ ଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି ।

Comments are closed.