ଅବକାରୀ ବିଭାଗର ଚଢାଉ, ୨ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୩୫ ଲିଟର ଚୋରା ମହୁଲି ମଦ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଚୋରା ମଦ ଭାଟି ଭାଙ୍ଗି ୩୩ଶହ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଚଢାଉ ପରେ ଅବକାରୀ ବିଭାଗ ପକ୍ଷରୁ ୪ ଟି ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ସାନ ବାଲିପଶି ଗ୍ରାମର ରବୀନ୍ଦ୍ରନାଥ ମହାନ୍ତ ଓ ଦୁଧିନାଳି ଗ୍ରାମର ଶୁକ୍ରୁମଣୀ ମୁଣ୍ଡା ବୋଲି ଜଣାପଡିଛି । ଆଜି ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, ଭ୍ରାମ୍ୟମାଣ ଅବକାରୀ ଏସ୍ଆଇ ଦୀଲିପ କୁମାର ତାଣ୍ଡି, ରଞ୍ଜନ କୁମାର ପାତ୍ର ଓ ସୁନିତାରାଣୀ ବେହେରା, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା, ସମିର ମହାନ୍ତି ଓ ଆରତୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.