ଅଜବ ସ୍ବାସ୍ଥ୍ୟ ସେବା, ହୋମିଓପାଥି ଔଷଧକୁ ଆୟୁର୍ବେଦ ଡାକ୍ତର

ପାଟଣା : ଦୀର୍ଘ ଦିନ ଧରି ପଦବୀ ଖାଲି ରହିବା ପରେ ଢେଙ୍କିକୋଟ ଡାକ୍ତରଖାନାକୁ ଜଣେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପ୍ରାପ୍ତ ମହିଳା ଡାକ୍ତର ଜଣଙ୍କ ଜଣେ ଆୟୁର୍ବେଦିକ ଡ଼ାକ୍ତର ବୋଲି ଜଣାପଡିଛି । ତେବେ ପୂର୍ବରୁ ଏଠାରେ ହୋମିଓପାଥି ଡାକ୍ତର ନିଯୁକ୍ତି ପାଇ ଆସୁଥିଲେ । ସେହି ଦୃଷ୍ଟିରୁ ଏଠାରେ ହୋମିଓପାଥିକ ଔଷଧ ମଧ୍ୟ ଗଚ୍ଛିତ ରହୁଥିଲା, ଏବେ ମଧ୍ୟ ହୋମିଓପାଥିକ ଔଷଧ ଷ୍ଟକ୍ ରହିଛି । ତେବେ ହୋମିଓପାଥି ଡାକ୍ତର ବଦଳରେ ଏଠାରେ ଆୟୁର୍ବେଦିକ୍ ଡ଼ାକ୍ତର ନିଯୁକ୍ତି ଦିଆଯାଇଥିବାବେଳେ ଆୟୁର୍ବେଦିକ୍ ଔଷଧ ଏଠାରେ ନଥିବା ଜଣାପଡ଼ିଛି । ଆୟୁର୍ବେଦ ଔଷଧ ବିନା ଆୟୁର୍ବେଦିକ୍ ଡାକ୍ତର ନିଯୁକ୍ତିରେ କିଛି ସୁଫଳ ମିଳୁ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଢେଙ୍କିକୋଟ ଡାକ୍ତରଖାନାକୁ ଆୟୁର୍ବେଦିକ୍ ଔଷଧ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି ।

Comments are closed.