କେନାଲ ସଫା କରି ଚାଷଜମିକୁ ପାଣି ମଡାଇଲେ

ପାଟଣା: କେନାଲ ଭିତରେ ଗ୍ରାମର ଯାବତୀୟ ଆବର୍ଜ୍ଜନା ସାଙ୍ଗକୁ ଘାସ ଲଟା ହୋଇ ପାଣି ଆସିବା ବନ୍ଦ ହୋଇଯାଇଥିଲା । ସରକାରୀ ବ୍ୟବସ୍ଥାରେ କେନାଲ ପୁନଃରୁଦ୍ଧାର କରାଯାଇ ନ ପାରିବାରୁ ଗ୍ରାମର କିଛି ଯୁବକ ଓ ଚାଷୀ ଏକ କିଲୋମିଟର ଲମ୍ବ ଏହି କେନାଲର ପୁନଃରୁଦ୍ଧାର କରି ଚାଷଜମିକୁ ପାଣି ମଡାଇଛନ୍ତି । ସାହାରପଡା ବ୍ଲକ ଉଦୟପୁର ନିକଟ ବିଡିଓ ବନ୍ଧରୁ ଆସିଥିବା ଏହି କେନାଲରେ ପାଣି ଆସିବା କମିଯାଇଥିବାରୁ ଗ୍ରାମର ଭାଲୁଆ ପହି, ବାବୁଲି ପହି, ଘାସି ରାଜ, ସୁର ମୁଦୁଲି ଓ ବଳି ସାମଲ ପ୍ରମୁଖ ପାଖାପାଖି ୫୦ ଜଣ ରାଜସାହିବାସୀ କେନାଲର ପୁନଃରୁଦ୍ଧାର କରି ଚାଷଜମିକୁ ପାଣି ମଡାଇବା ଅନ୍ୟାମନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Comments are closed.