ପାଟଣା ରେ ଆଜାଦି କା ଅମୃତ ମହୋତ୍ସବ, ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ତ୍ରିରଙ୍ଗା ଶୋଭାଯାତ୍ରା

ପାଟଣା – ଆଜାଦୀ କି ଅମୃତ ମହୋତ୍ସବ ଅବସର ରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ବ୍ଲକ ଛକ ଉପରେ ଦେଶପ୍ରେମ କାର୍ଯ୍ୟକ୍ରମ ରେ ସୈନିକ ଭୂମିକା ରେ ଅଭିନୟ କରିଥିବା ବେଳେ ଶିଶୁ ମନ୍ଦିର ଛାତ୍ରୀ ଛାତ୍ର ମାନେ ଭାରତ ମାତା ଭୂମିକା ରେ ଅଭିନୟ କରିଥିଲେ।

ଛାତ୍ର ଛାତ୍ରୀ ମାନେ ଶିଶୁ ବିଦ୍ୟାମନ୍ଦିର ରୁ ତ୍ରିରଙ୍ଗା ଯାତ୍ରା ରେ ବାଦ୍ୟନାଦ ସହ ବାହାରି ହାତରେ ତ୍ରିରଙ୍ଗା ଧରି ବଜାର ଅଞ୍ଚଳ ପରିକ୍ରମା କରିବା ପରେ ବ୍ଲକ ଛକ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧକ୍ଷ ବିରେନ୍ଦ୍ର କୁମାର ସାହୁ, ମହାବିଦ୍ୟାଳୟ ଦ କ୍ରୀଡା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ, ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଓ ହୀରା ଲାଲ ମହାନ୍ତ ଙ୍କ ସଂଯୋଜନା ରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.