ଅବକାରୀ ଚଢ଼ାଉ; ମଦ ଜବତ, ୬ ଗିରଫ 

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସଦର ଅବକାରୀ ଇନ୍ସପେକ୍ଟରଙ୍କ ନିମାଇଁ ଚରଣ ସିଂହ ଓ ପାଟଣା ଅବକାରୀ ସବ୍ ଇନ୍ସପେକ୍ଟର ଦିଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଚଢାଉ ହୋଇଥିଲା । ଚଢାଉ ସମୟରେ ମୋଟ ୩୪ଲିଟର ମହୁଲି ମଦ ଓ ୩ ଲିଟର ୭୫୦ ବିଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ କାରବାର ଅଭିଯୋଗରେ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ ଶୁକ୍ରବାର ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା।

Comments are closed.