ଅବକାରୀ ଚଢ଼ାଉ, ୪ ଗିରଫ

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି । କେନ୍ଦେଇପଶିର ଉର୍ମିଳା ବେହେରା, ଗଣ୍ଡବରେଇର ତୁଳସି ମୁଣ୍ଡା, ପୁରୁଣାପାଣିର ବାସନ୍ତୀ ମାଝୀ ଓ ନୂଆପଡାର ରାଇମଣି ମାଝୀଙ୍କୁ ଚୋରା ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ୬ ଟି ମାମଲା ରୁଜୁ କରାଯାଇଥିବା ବେଳେ ମୋଟ ୭୫ ଲିଟର ମହୁଲି ମଦ ଜବଦ କରାଯିବା ସହ ଚୋରା ମଦ ଭାଟିରେ ଚଢ଼ାଉ ସମୟରେ ୧୪ ଶହ କିଲୋ ମହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି । ମଦ ପ୍ରସ୍ତୁତି ବ୍ୟବହୃତ ସରଞ୍ଜାମଗୁଡିକ ଅବକାରୀ ବିଭାଗ ଜବଦ କରିଛି । ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଚଢାଉରେ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Comments are closed.