ଜମିବାଡି ମାମଲାକୁ କେନ୍ଦ୍ର କରି ଆକ୍ରମଣ : ଜଣେ ଗୁରୁତର, ୩ ଅଟକ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ତାଳସରୁଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ଜମିରେ ହଳ କରୁଥିବା ଲକ୍ଷ୍ମୀଧର ମହାନ୍ତଙ୍କୁ ତାଙ୍କର ନିକଟ ସମ୍ପର୍କୀୟ ମାନେ ବାଡିରେ ପିଟି ପିଟି ଗୁରୁତର କରିଛନ୍ତି । ଲକ୍ଷ୍ମୀଧରଙ୍କୁ ମରିଗଲା ଭାବି ତାଙ୍କ ଉପରେ ଗାମୁଛା ଢାଙ୍କି ଦୁର୍ବୁତ୍ତ ମାନେ ସେଠାରୁ ଚାଲିଯାଇଥିବା ବେଳେ ଗ୍ରାମରକ୍ଷୀ ଏ ସମ୍ପର୍କରେ ଥାନାକୁ ଜଣାଇଥିଲେ । ପାଟଣା ପୁଲିସ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣା ପଡ଼ିଛି । ଲକ୍ଷ୍ମୀଧରଙ୍କୁ ଗୁରୁତର କରିଥିବା ସେହି ଗ୍ରାମର କଂଗ୍ରେସ ମହାନ୍ତ, ତାଙ୍କ ପୁଅ ଚୈତନ୍ୟ ମହାନ୍ତ ଏବଂ ଚୈତନ୍ୟଙ୍କ ପୁଅ ଚିତରଂଜନ ମହାନ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚୁରା କରୁଛି ।

Comments are closed.