ବିଜେପି ପକ୍ଷରୁ ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ

ପାଟଣା : ଚୀନ ସୀମାନ୍ତରେ ସହିଦ ହୋଇଥିବା ଓଡିଶା ମାଟିର ଦୁଇ ବୀର ପୁତ୍ର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ନନ୍ଦୁରାମ ସୋରେନ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସହ ସମସ୍ତ ସହିଦ ଯବାନଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି କେନ୍ଦୁଝର ଜିଲ୍ଲା ବିଜେପି । ସାହାରପଡାଠାରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସହ ସାହାରପଡା ଅଞ୍ଚଳବାସୀ ଆଜି ଅପରାହ୍ନରେ ଚୀନ ନିର୍ମିତ ସାମଗ୍ରିକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେବା ସହ ଚୀନର ଏକଛାତ୍ରବାଦୀ ଶାସକ ସି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏଥିସହ ଚୀନ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବର୍ଜନ କରିବାକୁ ସାମୁହିକ ଭାବେ ଶପଥ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ସହ ବଳରାମ ସେଠୀ , କୃପାସିନ୍ଧୁ ମହାନ୍ତ , ବୁଲୁ ବାରିକ , ଶିବାଜୀ ଗୌତମ ମହାନ୍ତ ବର୍ମା, ମାନସ ଖଟୁଆ, ସତୀଶ ବେହେରା ପ୍ରମୁଖ ବହୁ ଅଞ୍ଚଳବାସୀ ସାମିଲ ଥିଲେ ।

Comments are closed.