ଟ୍ରକ୍‌ ପଛକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ; ମହିଳା ରୋଗୀ ମୃତ, ୪ ଗୁରୁତର

ଯାଜପୁର: ଯାଜପୁର ରୋଡ୍‌ ଥାନା ଦଳା ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଗୋଟିଏ ଟ୍ରକ୍‌ ପଛକୁ ଧକ୍କା​‌ଦେବା ଫଳରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ରୋଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବରୀ ଅଞ୍ଚଳର ଅମୂଲ୍ୟ ମଲିକଙ୍କ ସ୍ତ୍ରୀ ଅସୁସ୍ଥ ଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଣିକୋଇଲିରୁ ଯାଜପୁର ରୋଡ୍‌ ଅଭିମୁଖେ ହସ୍ପିଟାଲକୁ ନିଆଯାଉଥିଲା। ତାଙ୍କ ସାଥୀରେ ସ୍ବାମୀ ଅମୂଲ୍ୟ ଏବଂ ୮ମାସ ଓ ୨ବର୍ଷର ଦୁଇଟି ଶିଶୁ ଥିଲେ। ଦଳା ସ୍କୁଲ ଛକ ନିକଟରେ ଆମ୍ବୁଲାନ୍ସଟି ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅମୂଲ୍ୟଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ। ଚାଳକ ସମେତ ୨ ଶିଶୁ ଏବଂ ଅମୂଲ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.